ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ

ଟେକ୍ସାସ୍‌,୨୫।୧୨: ବନଦିନ ଅବସରରେ ଟେକ୍ସାସ୍‌ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଛନ୍ତି। ଏବେ ଏହି ଚିଠି ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘରୋଇ ହିଂସା ଯୋଗୁ ମାଙ୍କ ସହିତ ସେଲ୍ଟର ହୋମ୍‌ରେ ରହୁଥିବା ବ୍ଲେକ୍‌ ନାମକ ଜଣେ ବାଳକ ଏପରି କରିଛନ୍ତି। ଏହି ଚିଠିକୁ ସେଫ୍‌ ହେଭେନ୍‌ ଅଫ୍‌ ଟରଣ୍ଟୋ କାଉଣ୍ଟି ନାମକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସୋସିଆଲ ମିଡ଼ିଆରେ ଡିସେମ୍ବର ୧୮ରେ ଶେୟାର କରାଯାଇଥିଲା। ଇତିମଧ୍ୟରେ ଏହାକୁ ୨୭ ଶହରୁ ଅଧିକ ଲାଇକ୍‌ ମିଳିଥିବାବେଳେ ୫୮୩ରୁ ଅଧିକ କମେଣ୍ଟ ମିଳିଛି। ସେହିପରି ଏହାକୁ ୨୭ ଶହରୁ ଅଧିକ ଥର ଶେୟାର କରାଯାଇଛି।

Share