ଜନଗଣନା ତାଲିକାରେ ବିଭ୍ରାଟ: ବଢ଼ୁଛି ଅସନ୍ତୋଷ, ବିଧାୟକ ଦୃଷ୍ଟି ଦେବାକୁ ଦାବି

ହାଟଡିହୀ, ୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ଜନଗଣନା ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜମ୍ଭିରା ପଞ୍ଚାୟତରେ ଲୋକମାନେ ହୋ ହଲ୍ଲା କରିବା ସହ ତାଲିକାରେ ବିଭ୍ରାଟ ଥିବା ନେଇ ସରପଞ୍ଚଙ୍କୁ ପଚାରିଛନ୍ତି । ଗତବର୍ଷ ଏହି ତାଲିକାରେ ଥିବା ବହୁତ ଲୋକଙ୍କ ନାମ ଚଳିତବର୍ଷ ତାଲିକାରେ ନ ଥିବାରୁ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ଏବେ ଏହି ତାଲିକାକୁ ଭିତ୍ତି କରି କ୍ରମାନ୍ବୟରେ ଥିବା ବ୍ୟକ୍ତିଙ୍କୁ ବ୍ଲକ ତରଫରୁ ସରକାରୀ ବାସଗୃହ ଯୋଗାଇ ଦିଆଯାଉଛି। ବହୁ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କ ନଁା ତାଲିକାରେ ନ ଥିବାରୁ ସେମାନେ ସରକାରୀ ଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଥିସହ ପୂର୍ବ ତାଲିକାରେ ନାମ ନ ଥିବାରୁ ବହୁ ବ୍ୟକ୍ତି ଗୃହ ପାଇ ନ ଥିବା ଜଣାପଡିଛି। ତାଲିକା ଠିକ୍‌ ନ ଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ଗୃହ ପାଇବାରୁ ବଞ୍ଚିିତ ହୋଇଛନ୍ତି। ଏହି ତାଲିକାକୁ ଠିକ୍‌ କରାଯାଇ ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ଦାବି ହେଉଛି। ଏଥିପ୍ରତି ସ୍ଥାନୀୟ ବିଧାୟକ ଭାଗୀରଥି ସେଠୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।