ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କଲା ବିଏମ୍‌ସି

ଭୁବନେଶ୍ୱର,୧୪।୨ (ବ୍ୟୁରୋ)ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ନିମନ୍ତେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ସାମାଜିକ କର୍ମୀ, ଟ୍ରଷ୍ଟ ଏବଂ ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ବୋଲି ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ସୁବିଧାସୁଯୋଗରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କ ପାଇଁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ‘ରୂପାନ୍ତର’ରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ଜୀବନଶୈଳୀ, ଦକ୍ଷତା ବୃଦ୍ଧି ଓ ପ୍ରତିଭା ବିକାଶ ତାଲିମ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ଅନାଥାଶ୍ରମ, ଜନଜାତି ଛାତ୍ରାବାସ, ଶିକ୍ଷାନୁଷ୍ଠାନ ତଥା ସେଲ୍‌ଟର ହୋମ୍‌ ଓ ବସ୍ତି ଅଞ୍ଚଳରେ ଥିବା ପ୍ରାୟ ୨ ଶହ ବିଦ୍ୟାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ୨୦ଜଣ ନିଜ ଅଭିଜ୍ଞତା ତଥା ପରିବର୍ତ୍ତନ ବାବଦରେ ମୁକ୍ତ ବକ୍ତବ୍ୟ ରଖିଥିଲେ।
ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଚିବ ନିରଞ୍ଜନ ରଥ, ପ୍ରମେୟର ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ତାଲିମପ୍ରାପ୍ତ ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ପ୍ରଶିକ୍ଷକ, ପ୍ରଶିକ୍ଷିକା, ପୃଷ୍ଠପୋଷକ ତଥା ସହଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ଲୋକାର୍ପିତ ହୋଇଥିଲା। ସ୍ବେଚ୍ଛାସେବୀ ସଙ୍ଗଠନ ‘ହ୍ୟୁମାନ୍‌ ପୋଟେନ୍ସିଆଲ୍‌ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ’ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରାଜକୁମାର ସୂତାର ଅଧ୍ୟକ୍ଷତା କରି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର, ଦାମନଯୋଡି ଓ ରାଜନଗର ଅଞ୍ଚଳରେ ମୋଟ ୩୬୨ ଜଣ ଛାତ୍ରୀଛାତ୍ରଙ୍କୁ ବ୍ୟକ୍ତିତ୍ୱ ବିକାଶ ତାଲିମ ପ୍ରଦାନ କରାଯାଇଛି ବୋଲି କହିଥିଲେ। ପ୍ରମୁଖ ଟ୍ରଷ୍ଟି ତଥା ବିଶିଷ୍ଟ ପ୍ରେରଣାଦାୟୀ ପ୍ରଶିକ୍ଷକ ହରପ୍ରସନ୍ନ ଦାସ, ମୁଖ୍ୟ ପୃଷ୍ଠପୋଷକ ଶିବ ପ୍ରସାଦ ପଣ୍ଡା, କର୍ମକର୍ତ୍ତା କୀର୍ତ୍ତି ଦାସ, ସୁସ୍ମିତା ଦାସ ଏବଂ ଅଭିଳାଷା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବ୍ୟକ୍ତିତ୍ୱ ବିକାଶ ଉପରେ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

Share