Categories: ଗଞ୍ଜାମ

ଜନଗହଳି ସ୍ଥାନରୁ ସ୍ଥାନାନ୍ତର ହେବେ ଉଠାଦୋକାନୀ

ବ୍ରହ୍ମପୁର ଅଫିସ,୨୩ା୬-ବ୍ରହ୍ମପୁରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଛକରେ ସୁଧୁରିବ ଟ୍ରାଫିକ ସମସ୍ୟା ା
ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ା
ଗୋଟିଏ ପଟେ ସହରର ପ୍ରମୁଖ ୫ ଛକରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ବ୍ୟବସ୍ଥା ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଅନ୍ୟପକ୍ଷରେ ପ୍ରମୁଖ ଛକ ତଥା ଜନଗହଳିପୂର୍ଣ୍ଣ ରାସ୍ତା ପାର୍ଶ୍ୱରେ ବ୍ୟବସାୟ କରୁଥିବା ଉଠାଦୋକନୀଙ୍କୁ ସ୍ବତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି ା ଏଥିପାଇଁ ପୂର୍ବରୁ ସହରର ୪ଟି ସ୍ଥାନରେ ଓପନ ଭେଣ୍ଡିଂଜୋନ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ବେଳେ ସେଥିରୁ କର୍ପୋରେଶନ ରୋଡରେ ଓପନ ଭେଣ୍ଡିଂ ଜୋନର କାମ ଶେଷ ହୋଇଛି ା
ଏଥିସହ ଏହାକୁ ପଲିଥିନ୍‌ ମୁକ୍ତ ଜୋନ ଭାବେ ମଧ୍ୟ ଘୋଷଣା କରାଯାଇଛି ା
ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବେଳେ ସହରର ପ୍ରଥମ ପଲିଥିନ ମୁକ୍ତ ଘୋଷିତ ଓପନ ଭେଣ୍ଡିଂଜୋନ ହେବା ନେଇ ଚର୍ଚ୍ଚ ଜୋର ଧରିଛି ା
ବ୍ରହ୍ମପୁରର ଗେଟବଜାର, କୋର୍ଟପେଟା, କମାପଲ୍ଲୀ, ଇଞ୍ଜିନିୟରିଂ ସ୍କୁଲ ଛକ, ଖଲ୍ଲିକୋଟ କଲେଜ ରୋଡ, ଟାଟାବେଞ୍ଜ, ଉତ୍କଳଆଶ୍ରମ ରୋଡ, ନୂଆବସ୍‌ଷ୍ଟାଣ୍ଡ ରୋଡ ଓ ଲୋଚାପଡା ରୋଡ ପ୍ରମୁଖ ଜନଗହଳି ପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ଅନ୍ୟତମ ା ଏଭଳି ଜନଗହଳି ପୂର୍ଣ୍ଣ ରାସ୍ତା ତଥା ଛକର ଉଭୟ ପାର୍ଶ୍ୱରେ ଉଠାଦୋକନୀଙ୍କ ଭିଡ ଅନେକ ସମୟରେ ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ଭାବେ ଉଭା ହେଉଛି ା ବହୁବାର ଏନେଇ ବିଭିନ୍ନ ଛକରୁ ଉଠାଦୋକାନୀଙ୍କୁ ହଟାଇବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ା ଏହାର ସ୍ଥାୟୀ ସମାଧାନ ଲାଗି ଉଠାଦୋକନୀଙ୍କୁ ବ୍ୟବସାୟ ପାଇଁ ସ୍ବତନ୍ତ୍ର ଓପନ ଭେଣ୍ଡିଂଜୋନ ନିର୍ମାଣ ନେଇ ବିଏମ୍‌ସି ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିଲାା ପ୍ରଥମ ପର୍ଯ୍ୟାୟରେ ସହରର କର୍ପୋରେଶନ ରୋଡ, କମାପଲ୍ଲୀ ଓଭରବ୍ରିଜ, ଗୋଷାଣୀନୂଆଗଁା ଓଭରବ୍ରିଜ, ଫାଷ୍ଟଗେଟ ଓପନ ଭେଣ୍ଡିଂଜୋନ ନିର୍ମାଣ କରିବାକୁ ସ୍ଥାନ ଚିହ୍ନଟ କରାଯାଇଥିଲା ା
ଏବେ କର୍ପୋରେଶନ ରୋଡରେ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଉଠାଦୋକନୀଙ୍କ ନିମିତ୍ତ ସ୍ବତନ୍ତ୍ର ଓପନ ଭେଣ୍ଡିଂଜୋନ ନିର୍ମାଣ କାର୍ଯ୍ୟ ସରିଛି ା ଏହାକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ ଭେଣ୍ଡିଂଜୋନ ଭାବେ ଘୋଷଣା କରିବା ସହ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଭେଣ୍ଡରଙ୍କ ବସିବା ଭଳି ବ୍ୟବସ୍ଥା ରହିଛି ା ଏଥିସହ ଆଲୋକୀକରଣ ପାଇଁ ପ୍ରାୟ ୪୫ ରୁ ଊର୍ଦ୍ଧ୍ୱ ଏଲ୍‌ଇଡି ଲାଇଟ ମଧ୍ୟ ଲଗାଯାଇଥିବା ଜଣାପଡିଛି ା ତେବେ ଖୁବଶୀଘ୍ର ଏହା ଜନସାଧାରଣ ପାଇଁ ଖୋଲିବାକୁ ଥିବା ବେଳେ ଅନ୍ୟ ୩ ସ୍ଥାନରେ ମଧ୍ୟ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବାକୁ ଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି ା