ଜନତାଙ୍କୁ ଧନ୍ୟବାଦ ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ଏବେ ପର୍ଯ୍ୟନ୍ତ ହୋଇଥିବା ମତଗଣନାରେ ବହୁମତରେ ଆଗରେ ରହିଛି। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏଏପି ବିଜୟ ପଥେ ଅଗ୍ରସର କରୁଥିବାରୁ ଏବେଠାରୁ ଦଳ କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଉଛି। ଏହାରି ଭିତରେ କେଜରିଓ୍ବାଲ ନିଜ ବିଜୟ ଭାଷଣରେ ଦିଲ୍ଲୀ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ସେମାନଙ୍କ ସମର୍ଥନ ଯୋଗୁ ସେ ହ୍ୟାଟ୍ରିକ୍‌ କରିବାକୁ ଯାଉଥିବାରୁ କେଜରିଓ୍ବାଲ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇବା ସହ ଲଭ୍‌ ୟୁ ବୋଲି କହିଛନ୍ତି। ଏଥିସହ ମଙ୍ଗଳବାର ତାଙ୍କ ପାଇଁ ବଡ଼ ଦିନ ବୋଲି ସେ କହିଛନ୍ତି। ଗୋଟିଏ ପଟେ ନିର୍ବାଚନ ଫଳାଫଳ ଅନ୍ୟପଟେ ତାଙ୍କ ଧର୍ମପତ୍ନୀ ସୁନୀତାଙ୍କ ଜନ୍ମଦିନ ବୋଲି କେଜରିଓ୍ବାଲ କହିଥିଲେ। ଏହି କଥା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ଖୁସିରେ ନାଚି ଉଠିବା ସହ କେକ୍‌-କେକ୍‌ ବୋଲି ଚିତ୍କାର କରିଥିଲେ। ଏହାଶୁଣି ସୁନୀତା ହସିବାକୁ ଲାଗିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share