ଉଦଳା,୨୨।୩(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଉଦଳା ଏନ୍ଏସିରେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ଛି। ଉଦଳା ବ୍ଲକ ଅଧୀନରେ ଥିବା ଗ୍ରାମାଞ୍ଚଳରେ ମଧ୍ୟ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ଶତପ୍ରତିଶତ ଜନସାଧାରଣ କରୋନା ସଚେତନତା ପାଇଁ ଆଜିର ଜନତା କର୍ଫ୍ୟୁ ସଚେତନ ବାର୍ତ୍ତା ପାଳନ ପାଳନ କରୁଥିବା ପରିଲକ୍ଷିତ ହୋଇଛି।