‘ଜନତା କର୍ଫ୍ୟୁ’ରେ କମିଶନରେଟ ପୋଲିସର ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା: ଜରୁରିକାଳୀନ କାମ ପାଇଁ ନେଇପାରିବେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଓ ସମସ୍ତଙ୍କୁ ଏହି ଭୂତାଣୁ ସମ୍ପର୍କରେ ସଚେତନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଉଛି। ଏହି ସମୟରେ ଜରୁରିକାଳୀନ କାର୍ଯ୍ୟ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା କରାଯାଇଛି। ଟୋଲ୍‌ ଫ୍ରି ନଂ. ୧୦୦କୁ କଲ୍‌ କରି ପୋଲିସଠାରୁ ଏହି ପାସ୍‌ ନେଇହେବ। ନଚେତ୍‌ ରାସ୍ତାରେ ଥିବା ପୋଲିସ ଅଧିକାରୀ(ଇନ୍ସପେକ୍ଟର କିମ୍ବା ଏସିପି) ବି ଏହି ପାସ୍‌ ଦେଇପାରିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ ଦାସ ସୂଚନା ଦେଇଛନ୍ତି। ତେବେ କର୍ଫ୍ୟୁକୁ ଦୃଷ୍ଟିରେ ରଖି ରାଜଧାନୀରେ ୪୦ ପ୍ଲାଟୁନ୍‌ ପୋଲିସ ଓ ୧୦୦ ଅଫିସର ମୁତୟନ ହୋଇଛନ୍ତି ବୋଲି ସେ ମଧ୍ୟ କହିଛନ୍ତି। ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା ରବିବାର ପ୍ରାରମ୍ଭିକ ଭାବେ ଆରମ୍ଭ କରାଯାଇଥିବା ବେଳେ ଆବଶ୍ୟକସ୍ଥଳେ ଏହା ଆସନ୍ତା ୭ ଦିନ ଲାଗୁ ହେବ ବୋଲି କୁହାଯାଉଛି।

Share