‘ଜନତା କର୍ଫ୍ୟୁ’ରେ ଶୂନଶାନ୍‌ ବରଗଡ଼

ବରଗଡ଼ ଅଫିସ,୨୨।୩- କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁ ବରଗଡ଼ରେ ଅନୁଭୂତ ହୋଇଛି। ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୂନଶାନ୍‌ ହୋଇ ପଡିଛି। ଉଭୟ ସରକାରୀ, ବେସରକାରୀ ବସ୍‌ଷ୍ଟାଣ୍ଡରେ ଯାତ୍ରୀବାହୀ ବସ୍‌ଗୁଡିକ ଛିଡ଼ା ହୋଇ ରହିଛି। ଏପରିକି ଅନେକ ଔଷଧ ଦୋକାନ ସହିତ ପେଟ୍ରୋଲ ପମ୍ପ ଗୁଡିକ ମଧ୍ୟ ବନ୍ଦ ରହିଛି । ତେବେ ମାଂସ, ମାଛ ଦୋକାନ ଉପରେ ବନ୍ଦ କଟକଣା ନ ଥିଲେ ସୁଦ୍ଧା ସେଠାରେ ଲାଗି ରହିଥିବା ଜନ ଗହଳି ତଥା ଭିଡ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ପରିବା ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଛି।

Share