ଜନତା କର୍ଫ୍ୟୁ : ଚାରିଆଡ଼େ ଖାଁ ଖାଁ ପରିବେଶ

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ୧୧୦ଟି ଗ୍ରାମର ଲୋକେ ରବିବାର ସକାଳ ୭ଟାରୁ କେନ୍ଦ୍ର ସରକାରଙ୍କ ଜନତା କର୍ଫ୍ୟୁ ନିୟମ ସମ୍ପୂର୍ଣ୍ଣ ଭାବେ ମାନି ଚଳିଛନ୍ତି। ଫଳରେ ଚାରିଆଡ଼େ ଖାଁ ଖାଁ ପରିବେଶ ଦେଖିବାକୁ ମିଳିଛି। ଏପରିକି ଶନିବାରଠାରୁ ଲୋକେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ଘରେ ରଖିଥିଲେ। ଏହି ବ୍ଲକର ବାଳସି ଗ୍ରାମରେ ମଧ୍ୟ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ସକାଳ ୭ଟାରୁ ଘରୁ ପଦାକୁ ବାହାରି ନାହାନ୍ତି। କେସିଙ୍ଗା ଏନ୍‌ଏସିର ୧୨ଟି ଓ୍ବାର୍ଡର ଲୋକେ ପରିବାରବର୍ଗଙ୍କ ସହ ଏକାଠି ସମୟ ବିତାଉଥିବା ଜଣାପଡ଼ିଛି।

Share