Advertisement

ଜନତା କର୍ଫ୍ୟୁ ପ୍ରଭାବ: ଦେବଗଡ଼ ଜନଶୂନ୍ୟ

ଦେବଗଡ଼,୨୨।୩(ଡି.ଏନ୍‌.ଏ.): ବିଶ୍ୱ ବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ବାନ ପରେ ରବିବାର ଦେବଗଡ଼ ଜିଲାରେ ଏହାର ପ୍ରଭାବ ପ୍ରତିଫଳିତ ହୋଇଛି। ସକାଳୁ ଦେବଗଡ଼ ଜିଲା ମହକୁମା ସମେତ ବିଭିନ୍ନ ଗ୍ରାମରେ ଜନସାଧାରଣ ସ୍ବତଃପ୍ରବୃତ୍ତ ଭାବେ ଘରୁ ବାହାରକୁ ବାହାରି ନ ଥିଲେ। ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଥିଲା l କେବଳ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତିଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିବା ବେଳେ ଔଷଧ ଦୋକାନ, କ୍ଷୀର ଦୋକାନ ଆଦି ଖୋଲା ରହିଥିଲା। ପୂର୍ବରୁ ଆଜି ଜନତା କର୍ଫ୍ୟୁ ଘୋଷଣା ହୋଇଥିବାରୁ ଜନସାଧାରଣ ଆବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଥିଲା। ଆଜିର ଜନତା କର୍ଫ୍ୟୁରେ ଦଳ ମତ ନିର୍ବିଶେଷରେ ସମସ୍ତେ ସ୍ବତଃ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel