ଜନତା କର୍ଫ୍ୟୁ ପ୍ରଭାବ: ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ପଦ୍ମପୁର,୨୨।୩(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଭଦ୍ରକ ଜିଲା ପଦ୍ମପୁର ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ରବିବାର ଦେଖିବାକୁ ମିଳିଛି। ନାୟକାଣୀଡିହି, ବିଦେଇପୁର, ଚାନ୍ଦିମାଳ, ରାଜଘରପୋଖରୀ, ଲକ୍ଷ୍ମୀଦାସପୁର, ସାବରଙ୍ଗ, ଇଚ୍ଛାପୁର ଆଦି ସ୍ଥାନରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଲୋକମାନେ ଘରୁ ବାହାରୁ ନ ଥିବା ଦେଖିବାକୁ ମିଳିଛି । ଅଧିକ ଲୋକଙ୍କ ସମାଗମକୁ ରୋକିବା ପାଇଁ ବାସୁଦେବପୁର, ନାୟକାଣୀଡିହି, କସିଆ ମେରାଇନ, ଭଦ୍ରକ ଗ୍ରାମାଞ୍ଚଳ ଆଦି ଥାନା ଏବଂ ସାବରଙ୍ଗ ଫାଣ୍ଡି ପକ୍ଷରୁ ସ୍ଥାନେ ସ୍ଥାନେ ପୋଲିସ ମୁତୟନ କରାଯାଇଛି।