‘ଜନତା କର୍ଫ୍ୟୁ’ ଭୟରେ ଦିନକ ପୂର୍ବରୁ କଲେ ବିବାହ

ଥାଣେ,୨୧।୩: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣର ଭୟ। ଅନ୍ୟପଟେ ମାର୍ଚ୍ଚ ୨୨ରେ ‘ଜନତା କର୍ଫ୍ୟୁ’। ଏସବୁକୁ ଦେଖି ଥାଣେର ଏକ ଦମ୍ପତି ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୧ରେ ବିବାହ କରିଥିବା ଜଣାପଡିଛି। ବର ରୁପେଶ ଯାଦବ(୨୫) ପେଶାରେ ଜଣେ ଓକିଲ ହୋଇଥିବା ବେଳେ କନ୍ୟା ପ୍ରିୟଙ୍କା(୨୪) ଆଇଟି ସେକ୍ଟରରେ କାମ କରୁଛନ୍ତି। ଏମାନଙ୍କ ବିବାହ ତାରିଖ ମାର୍ଚ୍ଚ ୨୨ ସ୍ଥିର କରାଯାଇଥିଲା। ହେଲେ ସେ ଦିନ ‘ଜନତା କର୍ଫ୍ୟୁ’ ଘୋଷଣା କରାଯାଇଥବାରୁ ବିବାହରେ ଅସୁବିଧା ହେବ ଭାବି ଏମାନେ ଗୋଟିଏ ଦିନ ପୂର୍ବରୁ ବରଘରେ ବିବାହ କରିଥିବା ଜଣାପଡିଛି। ଏମାନେ ଧଳା ପୋଷାକ ସହ ମାସ୍କ ପିନ୍ଧି ବିବାହ କରିଥିବା ଦେଖାଯାଇଥିଲା। ଏହି ବିବାହରେ ହାତ ଗଣତି କେତେଜଣ ଲୋକଙ୍କୁ ଦେଖିବାକୁ ମିଳିଥିଲା।

Share