ଖଟିଆରେ ବୃଦ୍ଧାଙ୍କୁ ଟାଣି ଟାଣି ବ୍ୟାଙ୍କ ନେବା ଘଟଣା: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁ ମ୍ୟାନେଜର ନିଳମ୍ବିତ

ନୂଆପଡ଼ା ଅଫିସ,୧୫ା୬-ନୂଆପଡା ଜିଲା ଖଡିଆଳ ବ୍ଲକ ବରଗାଁ ରାସ୍ତାରେ ଜନଧନ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଜଣେ ଶତାୟୁ ମହିଳାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ସମ୍ମୁଖକୁ ଅଣାଯିବା ଘଟଣାରେ ସୋମବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବରଗାଁ ମ୍ୟାନେଜର ଅଜିତ କୁମାର ପ୍ରଧାନୁଙ୍କୁ ନିଳମ୍ବିତ କରାଯାଇଛି। ଏଥିସହ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share