Categories: ବାଣିଜ୍ୟ

ଜନଧନ ଯୋଜନା ଜମା;ଖୁବଶୀଘ୍ର ପାର୍‌ କରିଯିବ ୧ଲକ୍ଷ କୋଟି

ନୂଆଦିଲ୍ଲୀ,୨୨-୪: ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶି ଖୁବଶୀଘ୍ର ୧ ଲକ୍ଷ କୋଟି ଟଙ୍କା ପାର୍‌ କରିଯିବ ବୋଲି ଆଶାକରାଯାଉଛି। ମୋଦି ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଜମାରାଶି ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି  ଓ ଏହା ଏପ୍ରିଲ ୩ ତାରିଖ ସୁଦ୍ଧା ୯୭,୬୬୫,୬୬ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଅନ୍ୟପକ୍ଷରେ ଜନଧନ ଆକାଉଣ୍ଟ ସଂଖ୍ୟା ୩୫.୩୯ କୋଟି ହୋଇଥିବା ବେଳେ ମାର୍ଚ୍ଚ ୨୭ ସୁଦ୍ଧା ଏଥିରେ ଜମା ରାଶିର ପରିମାଣ ୯୬,୧୦୭.୩୫ କୋଟି ଟଙ୍କା ଥିଲା। ଏହାର ସପ୍ତାହକ ପୂର୍ବରୁ ଏହା ୯୫,୩୮୨.୧୪ କୋଟି ଟଙ୍କା ରହିଥିଲା ବୋଲି ଜଣାପଡିଛି। ଅଦ୍ୟାବଧି ୨୭.୮୯ କୋଟି ଆକାଉଣ୍ଟଧାରୀଙ୍କୁ ରୁପେ ଡେବିଟ କାର୍ଡ ଜାରି କରାଯାଇଛି। ଉଲ୍ଲେଖଥାଉ କି, ୨୦୧୪ ଅଗଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ କରାଯାଇଥିଲା। ସମସ୍ତ ପରିବାରକୁ ବ୍ୟାଙ୍କ ସହିତ ଯୋଡିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯୋଜନାର ସଫଳତାରେ ଉତ୍ସାହିତ କେନ୍ଦ୍ର ସରକାର ୨୦୧୮ ଅଗଷ୍ଟରେ ନୂଆ ଆକାଉଣ୍ଟଧାରୀଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶିକୁ ଦ୍ୱିଗୁଣିତ କରିଥିଲେ। ଏଥିସହିତ ଓଭରଡ୍ରାଫ୍ଟ ସୁବିଧାକୁ ବଢ଼ାଇ ୧୦ ହଜାର ଟଙ୍କା କରାଯାଇଥିଲା। ମୋଟ ଜନଧନ ଆକାଉଣ୍ଟ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମହିଳାଙ୍କ ନାମରେ ରହିଛି। ସେହିପରି ୫୯ ପ୍ରତିଶତ ଆକାଉଣ୍ଟ ଗ୍ରାମାଞ୍ଚଳରେ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡିଛି।

Share