Categories: ଯାଜପୁର

ଜନନୀ ଏକ୍ସପ୍ରେସ ଦୃର୍ଘଟଣାଗ୍ରସ୍ଥ, ପ୍ରସୂତିଙ୍କ ସହ ୨ ଗୁରୁତର

ଚଣ୍ଡିଖୋଲ,୧୧-୯(ଡି.ଏନ୍‌.ଏ.)- ବାଲେଶ୍ୱରରୁ ଜଣେ ପ୍ରସୂତିଙ୍କୁ ଧରି ଏକ ଜନନୀ ଏକ୍ସପ୍ରେସ ଗାଡ଼ି କଟକ ବଡ଼ ମେଡ଼ିକାଲ ଯାଉଥିବା ସମୟରେ ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବନ୍ଦାଳୋ ଛକ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଫଳରେ ଏଥିରେ ଯାଉଥିବା ପ୍ରସୂତିଙ୍କ ସହ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଖବରରୁ ପ୍ରକାଶ, ସୋମବାର ରାତି ୨ଟା ସମୟରେ ଇଣ୍ଡିୟାନ ଅଏଲ ପାଖରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରଲରକୁ ପଛପଟୁ ୧୦୮ ଜନନୀ ଏକ୍ସପ୍ରେସ ଗାଡ଼ିଟି ପିଟିଦେବାରୁ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଆହତମାନଙ୍କୁ ଅନ୍ୟ ଏକ ଗାଡ଼ିରେ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି।