ଜନନୀ ଯନ୍ତ୍ରଣା : ଷ୍ଟ୍ରେଚରରେ ୧୨ କି.ମି. ବୁହା ହେଲେ ଗର୍ଭବତୀ

ଭବାନୀପାଟଣା,୨୨।୮(ସ୍ବ.ପ୍ର.): ରାସ୍ତା ଓ ପୋଲ ନ ଥିବାରୁ ଜଙ୍ଗଲ ରାସ୍ତା ଦେଇ ନାଳ ପାର କରି ଜଣେ ଗର୍ଭବତୀଙ୍କୁ ୧୨ କି.ମି. ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ନିଆଯାଇଥିଲା। କଳାହାଣ୍ଡି ଜିଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ନେହେଲା ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।
ଏହି ଗ୍ରାମର ଗର୍ଭବତୀ ମହିଳା ସାଇବନି ଗୌଡ(୨୩)ଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କ ସ୍ବାମୀ ହୋଇଚୁନ ଗୌଡ(୨୬), ଆଶାକର୍ମୀ ତୁଳା ନାଏକ ଓ ଗ୍ରାମର କେତେକ ସମ୍ପର୍କୀୟ ତାଙ୍କୁ ଷ୍ଟ୍ରେଚରରେ ୧୨କିମି ବିପଦପୂର୍ଣ୍ଣ ଜଙ୍ଗଲ ରାସ୍ତା ନାଳ ଦେଇ କାଣିକୁମା ପଞ୍ଚାୟତ ମୁଖ୍ୟାଳୟ ପର୍ଯ୍ୟନ୍ତ ବୋହି ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏପରି ଘଟଣା ଏହି ଅଞ୍ଚଳରେ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ। ଏଠାରେ ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ଅଞ୍ଚଳରେ ସରକାରୀ ଯୋଜନାଗୁଡିକ ପହଞ୍ଚତ୍ ପାରିନାହଁି। ଫଳରେ ଆଜି ବି ଏହି ଅଞ୍ଚଳର ଲୋକ ବିକାଶଠାରୁ ବହୁଦୂରରେ ରହି ଜୀବନ ଯାପନ କରୁଛନ୍ତି। ଏଥିପ୍ରତି କଳାହାଣ୍ଡି ଜିଲାପାଳ ଦୃଷ୍ଟିଦେଇ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Share