ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍‌ ଅପରେଶନ୍‌

ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା ରହିଥାଏ। ତେବେ ଅଣ୍ଟାର୍କଟିକାରେ ଏକ ଛୋଟ ଜନବସତି ବିଲାସ ଲାସ୍‌ ଏଷ୍ଟ୍ରେଲାସ୍‌ରେ ରହିବା ଲାଗି ଏକ ଅଜବ ସର୍ତ୍ତ ରହିଛି। ଏଠାରେ ବାସ କରୁଥିବା ଲୋକଙ୍କ ଆପେଣ୍ଡିକ୍ସ୍‌ ଅପରେଶନ କରିବାକୁ ପଡ଼ିଥାଏ। ଏଠାରେ ଶୀତଦିନେ ତାପମାତ୍ରା ପ୍ରାୟ ମାଇନସ୍‌ ୫୦ ଡିଗ୍ରୀ ରହିଥାଏ। ତେବେ ବର୍ଷର ଅନ୍ୟ ସମୟ ତଥା ଖରା ଦିନେ ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସ୍‌ ରହିଥାଏ। ଏତେ କମ୍‌ ତାପମାତ୍ରାରେ ମନୁଷ୍ୟ ଶରୀର ଆପେଣ୍ଡିକ୍ସ୍‌ ସ୍ବାଭାବିକ ଭାବେ କାମ କରିବାକୁ ସକ୍ଷମ ହୋଇ ପାରେ ନାହିଁ। ଫଳରେ ଖାଦ୍ୟ ହଜମ ହେବା ଅସମ୍ଭବ ହେବା ସହିତ ଆପେଣ୍ଡିକ୍ସ୍‌ରେ ବ୍ୟାକ୍ଟେରିଆ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଥାଏ। ତେଣୁ ଏଠାରେ ବାସ କରୁଥିବା ଲୋକେ ଆପେଣ୍ଡିକ୍ସ୍‌ ଅପରେଶନ୍‌ କରିବାକୁ ବାଧ୍ୟ ହୋଇଥାନ୍ତି। ଏଠାରେ ପ୍ରାୟ ୧୦୦ ଜଣ ଲୋକ ବାସ କରନ୍ତି। ସେମାନଙ୍କ ଆବଶ୍ୟକତାର ସମସ୍ତ ଜିନିଷ ଏଠାରେ ମହଜୁଦ୍‌ ରହିଥାଏ। ଅଷ୍ଟ୍ରେଲିଆ ଏବଂ ରୁଷିଆର କେତେକ ଲୋକ ଏଠାରେ ବାସ କରନ୍ତି।

Share