ଜନବସତିରେ ୫୬ ତୁଷାର ଭାଲୁ: ୭ ହଜାରରୁ ଅଧିକ ଲୋକ ଘରେ ବନ୍ଦୀ

ମସ୍କୋ,୮।୧୨: ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ରୁଷିଆର ଆର୍କଟିକ୍‌ ଅଞ୍ଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀରୁ ବୃଦ୍ଧି ପାଇ .୭୫ ଡିଗ୍ରୀ ହୋଇଛି। ଫଳରେ ବରଫ ତରଳିବା ଆରମ୍ଭ କରିଛି। ସ୍ଥାନୀୟ ଚୁକୋଟକା ଅଞ୍ଚଳରେ ଆର୍କଟିକ୍‌ ଅଞ୍ଚଳରେ ବାସ କରୁଥିବା ତୁଷାର ଭାଲୁ ପ୍ରବେଶ କରିଛନ୍ତି। ଏଠାରେ ବାସ କରୁଥିବା ୭ ହଜାରରୁ ଅଧିକ ଲୋକ ଭାଲୁ ଭୟରେ ଘରେ ବନ୍ଦୀ ଭାବେ ରହିଛନ୍ତି। ଭାଲୁ ଜନବସତିରେ ପ୍ରବେଶ କରିଥିବାରୁ ସମସ୍ତ ସ୍କୁଲ କଲେଜକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇଛି। ଏହି ଖବର ଏବେ ମସ୍କୋର ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟ ସ୍ଥାନ ଗ୍ରହଣ କରିଛି। ଭାଲୁଙ୍କୁ ପୁଣି ଆର୍କଟିକ୍‌ ଅଞ୍ଚଳକୁ ଫେରାଇ ନେବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Share