ଜନବସତି ମୁହାଁ ତୁଷାର ଭାଲୁ

ମସ୍କୋ,୭।୧୨: ଜଳବାୟୁ ପରିବର୍ତ୍ତନର ପରିଣାମ ଏବେ ରୁଷରେ ଦେଖିବାକୁ ମିଳିଛି। ଏଠାରେ ଏକ ଗାଁରେ ଏବେ ତୁଷାର ଭାଲୁଙ୍କ ପ୍ରବେଶ ଏହାର ସୂଚନା ଦେଉଛି। କାରଣ ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଆର୍କଟିକରେ ବହୁ ପରିମାଣରେ ବରଫ ତରଳିବାରେ ଲାଗିଛି। ଆଉ ବରଫରେ ରହୁଥିବା ଭାଲୁ ଏବେ ସେଠାରେ ରହି ନ ପାରି ଜନବସତି ମୁହାଁ ହୋଇଛନ୍ତି ବୋଲି କୁହାଯାଉଛି। ବିଭିନ୍ନ ବୟସର ଶାବକଙ୍କୁ ସାଥିରେ ଧରି ଏମାନେ ଗାଁ ଭିତରେ ପ୍ରବେଶ କରୁଛନ୍ତି। ଏମାନଙ୍କ ଉପସ୍ଥିତିକୁ ଦେଖି ଗାଁର ପାୟ ୭ଶହ ଲୋକ ଘର ଭିତରେ ଏକ ପ୍ରକାର ବନ୍ଦୀ ହୋଇ ରହିଛନ୍ତି। ଏହାକୁ ଦେଖି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରି ଦିଆଯାଇଛି।

Share