ଜନଶୂନ୍ୟ ଆରଡ଼ି : ପୀଠରେ କାଉକୋଇଲିଲ ଶବ୍ଦ ନାହିଁ

ଆରଡ଼ି,୨୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଆରଡ଼ି, ନାନ୍ଦପୁର, ଓଳଗ, ସୁନ୍ଦରପୁର, ପାଳସାହି, ରଇପୁର, ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତର ଲୋକମାନେ ସ୍ବତଃ ପ୍ରବୃତ୍ତ ଭାବେ ଘରୁ ବାହାରି ନାହାନ୍ତି । ରାସ୍ତାଘାଟ ଶୂନଶାନ୍‌ ହୋଇପଡ଼ିଛି। ପ୍ରଭୁ ଆଖଣ୍ଡଳମଣିଙ୍କ ନିକଟରେ ସେବାୟତମାନେ ଦୈନନ୍ଦିନ ନୀତିକାନ୍ତି ଚାଲୁ ରଖିଥିଲେ ବି ପୀଠରେ କାଉ କୋଇଲିର ଶବ୍ଦ ନାହିଁ। ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ସମସ୍ତେ ଏକମନ ଏକପ୍ରାଣ ନେଇ ପାଳନ କରିଛନ୍ତି।