Categories: ଜାତୀୟ

ଜନସଂଖ୍ୟା ବୃଦ୍ଧି ରୋକିବା ପାଇଁ ଅଣାଯିବ ଦୁଇ ସନ୍ତାନ ଆଇନ: ଭାଗଓ୍ବତ

ଲକ୍ଷ୍ନୌ, ୧୮।୧: ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗଓ୍ବତ ଦେଇଥିବା ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁରାଦାବାଦରେ ସଂଘ କାର୍ଯ୍ୟକର୍ତ୍ତାଙ୍କ ସହିତ ରୁଦ୍ଧଦ୍ୱାର ବୈଠକରେ ଯୋଗଦେଇ ଭାଗଓ୍ବତ ଦେଶରେ ଦୁଇ ସନ୍ତାନ ନିୟମ ଲାଗୁ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସଂଘର ପରବର୍ତ୍ତୀ କାର୍ଯ୍ୟ ଧାରା ଜନସଂଖ୍ୟା ନିୟନ୍ତ୍ରଣ ବୋଲି ସେ ସୂଚନା ଦେଇଛନ୍ତି। ରାମ ମନ୍ଦିର ନିର୍ମାଣ କରିବା ସଂଘର ମୁଖ୍ୟ ଏଜେଣ୍ଡା ଥିଲା। ଏବେ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଭାଗଓ୍ବତ କହିଛନ୍ତି। ରାମମନ୍ଦିର ଟ୍ରଷ୍ଟ୍‌ ପ୍ରତିଷ୍ଠା ହେବା ପରେ ସଂଘ ମନ୍ଦିର ନିର୍ମାଣ କାର୍ଯ୍ୟଠାରୁ ଦୂରେଇ ଯିବ। କାଶୀ ଏବଂ ମଥୁରାରେ ମନ୍ଦିର ନିର୍ମାଣ କରିବାର ଯୋଜନା ସଂଘର ଏଜେଣ୍ଡାରେ ନାହିଁ କିମ୍ବା ଭବିଷ୍ୟତରେ ସ୍ଥାନ ପାଇବ ନାହିଁ ବୋଲି ସେ କହିଛନ୍ତି।

Share