Advertisement
Categories: ଜାତୀୟ

ଜନସନ୍‌ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ: ବିକ୍ରି ବନ୍ଦ ପାଇଁ ଏନ୍‌ସିପିସିଆର୍‌ ପକ୍ଷରୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮।୪: ଜନସନ୍‌ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ ରହିଥିବା କୁହାଯାଉଛି। ତେଣୁ ଏହାର ବିକ୍ରି ବନ୍ଦ ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍‌ସିପିସିଆର୍‌)ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ଥାନ ଡ୍ରଗ୍‌ କଣ୍ଟ୍ରୋଲରଙ୍କ ରିପୋର୍ଟ ଆଧାରରେ ଏନ୍‌ସିପିସିଆର୍‌ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ପରବର୍ତ୍ତୀ ନୋଟିସ୍‌ ନ ମିଳିବା ପର୍ଯ୍ୟନ୍ତ ଶାମ୍ପୋ ବିକ୍ରି ଉପରେ ରୋକ ପାଇଁ ରାଜ୍ୟ ତଥା ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏନେଇ ଚିଠି ମଧ୍ୟ ଲେଖା ଯାଇଛି। ଆମେରିକାର ଏହି କମ୍ପାନୀ ଜନସନ୍‌ ଆଣ୍ଡ ଜନସନ୍‌ର ବିଭିନ୍ନ ଉତ୍ପାଦର ନମୂନା ଯାଞ୍ଚ୍‌ ରିପୋର୍ଟ ପ୍ରଥମ ଥର ପାଇଁ ଏନ୍‌ସିପିସିଆର୍‌ ମଗାଇଛନ୍ତି। ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏନ୍‌ସିପିସିଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share