Categories: ଜାତୀୟ

‘ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ ଶାହା

ନୂଆଦିଲ୍ଲୀ,୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପ୍ରଚାର ଯୋରସୋରରେ ଚାଲିଛି। ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ‘ଜନସମ୍ପର୍କ ଅଭିଯାନ’ରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ ଲୋକମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ହେବ। ଏହାକୁ ନେଇ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା) ଘୋଷଣାପତ୍ର ଜାରି କରିଥିବା ବେଳେ ଏଥିରେ ଭୋଟଙ୍କ ପାଇଁ ମନଲୋଭା ଘୋଷଣା ସବୁ କରାଯାଇଛି। ଏମିତିକି ଶାସନ କ୍ଷମତାକୁ ଆସିଲେ ଭାଜପା ମାଗଣାରେ ଦୁଇ ଚକିଆ ଇାଲକ୍ଟ୍ରିକ୍‌ ଯାନ ଓ ସାଇକେଲ ଦେବାକୁ ମଧ୍ୟ ଘୋଷଣା କରିଛି।

Share