ଜନସେବା କେନ୍ଦ୍ରକୁ ସହଯୋଗ ମିଳୁନି

ବାଲେଶ୍ୱର ଅଫିସ, ୭।୮-ବାଲେଶ୍ୱର ସଦର ବ୍ଲକ ଅଧୀନରେ ଥିବା ଜନସେବା କେନ୍ଦ୍ରଗୁଡ଼ିକୁ ତହସିଲ କର୍ମଚାରୀମାନେ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏନେଇ ଜନସେବା କେନ୍ଦ୍ରର ଭିଏଲ୍‌ସି(ଭିଲେଜ ଲେଭଲ କମିଟି)ମାନେ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଜନସେବା କେନ୍ଦ୍ରଗୁଡ଼ିକରେ ପଞ୍ଚାୟତର ଲୋକମାନେ ନିର୍ଦ୍ଦିଷ୍ଟ ପଞ୍ଚାୟତ ଜନସେବା କେନ୍ଦ୍ରରୁ ଜନ୍ମ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ମୃତ ପ୍ରମାଣପତ୍ର, ଆର୍ଥିକ ପ୍ରମାଣପତ୍ର ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ମିଳିବାରେ ସୁବିଧା ରହିଛି। ଫଳରେ ଲୋକମାନେ ଦୂରରେ ଥିବା ତହସିଲ ଅଫିସ୍‌କୁ ନ ଆସି ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଆବଶ୍ୟକ ପ୍ରମାଣପତ୍ର ପାଇ କାର୍ଯ୍ୟରେ ଲଗାଇଥାନ୍ତି। କିନ୍ତୁ ତହସିଲ ଅଫିସ୍‌ରେ ଥିବା କର୍ମଚାରୀମାନେ ଟାଳଟୁଳ ନୀତି କରି ଭିଏଲ୍‌ସିମାନଙ୍କୁ ଅସୁୁବିଧାରେ ପକାଉଛନ୍ତି। ଏପରିକି ଯେଉଁମାନେ ତହସିଲରେ ସିଧାସଳଖ ଆବେଦନ କରୁଛନ୍ତି ସେମାନଙ୍କୁ ଗୋଟିଏ ଘଣ୍ଟା ଭିତରେ ପ୍ରମାଣପତ୍ର ଯୋଗା ଯାଉଥିବାବେଳେ ଭିଏଲ୍‌ସି ମାଧ୍ୟମରେ ଆସୁଥିବା ଆବେଦନ ପ୍ରମାଣପତ୍ରକୁ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ନେଉଛନ୍ତି। ଫଳରେ ଏହି ଯୋଜନାର ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି। ସମସ୍ତ ଲୋକ ଶୀଘ୍ର ପ୍ରମାଣପତ୍ର ପାଇ ଯାଉଥିବାରୁ ତହସିଲରେ ଆବେଦନ କରୁଥିବା ଜଣାପଡ଼ିଛି। ଏଭଳି ହେଲେ ଜନସେବା କେନ୍ଦ୍ର ଖୋଲି ବସିଥିବା ଭିଏଲ୍‌ସିମାନେ କାମ ନ ପାଇ ଧୀରେ ଧୀରେ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଭିଏଲ୍‌ସି ଜୟନ୍ତ କୁମାର ଦାସ ପ୍ରକାଶ କରିଛନ୍ତି। ଏହି ମାମଲାରେ ଜିଲାପାଳ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଭିଏଲ୍‌ସି ରତିକାନ୍ତ ବେହେରା, ସୁଲେଶ୍ୱର ମାଝି, ଅରୂପ ଜେନା, ଗଗନ ବେହେରା, ମୃମୟ ପାଣିଗ୍ରାହୀ, ଶ୍ରୀକେଶ ଚନ୍ଦ୍ର ମାନ୍ନା, ସରୋଜ କୁମାର ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ପାତ୍ର କହନ୍ତି, ଜଣେ ଆବେଦନକାରୀ ଆବେଦନ କରିବାର ୧୫ଦିନ ଭିତରେ ପ୍ରମାଣପତ୍ର ପାଇପାରିବେ। ଏହି ସମୟ ମଧ୍ୟରେ ଭିଏଲ୍‌ସିମାନେ ନିର୍ଦ୍ଦିଷ୍ଟ ସମୟରେ ତହସିଲରେ ଆବେଦନକାରୀଙ୍କ କାଗଜପତ୍ର ନ ପହଞ୍ଚାଇବା ଫଳରେ କାର୍ଯ୍ୟ କରିବାରେ ବିଳମ୍ବ ହେଉଛି। ଯେଉଁମାନଙ୍କର କାଗଜପତ୍ର ଯାଞ୍ଚ କରିବା ସମୟରେ ଠିକ୍‌ଠାକ୍‌ ଥାଏ ସେମାନଙ୍କ ପ୍ରମାଣପତ୍ର ସଙ୍ଗେ ସଙ୍ଗେ ପ୍ରଦାନ କରାଯାଇଥାଏ। ଭିଏଲସିମାନେ କରୁଥିବା ଅଭିଯୋଗ ଭିତ୍ତିହୀନ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri