ନୂଆଦିଲ୍ଲୀ, ୨୩ା୮(ପି.ଟି.): ଦିଲ୍ଲୀର ଜନ୍ତର ମନ୍ତରଠାରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ବିକ୍ଷୋଭ କରିବା ସହ ଜମ୍ମୁ-କଶ୍ମୀରରେ ଅଟକ ଥିବା ନେତାମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି। ଜମ୍ମୁ-କଶ୍ମୀରରେ ଶାନ୍ତି ଫେରାଇଆଣିବା ଓ ଆଇନଶୃଙ୍ଖଳା ରକ୍ଷା କରିବା ଉପରେ ସେମାନେ ଜୋର୍ ଦେଇଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍କେ, ଏସ୍ପି, ସିପିଆଇ, ସିପିଏମ୍ ଆଦି ବିରୋଧୀ ଦଳର ନେତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ପରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ସିବିଆଇ ଦ୍ୱାରା ଗିରଫ ହୋଇଥିବା ପି. ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ସମାନଙ୍କ ସହ ସାମିଲ ହୋଇଥିଲେ। ଜମ୍ମୁ-କଶ୍ମୀରବାସୀଙ୍କ ସହ ବିନା ଆଲୋଚନାରେ ଧାରା ୩୭୦ ଉଠାଯିବାକୁ ଏହି ନେତାମାନେ ବିରୋଧ କରିଥିଲେ।