Categories: ଜାତୀୟ

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ ପ୍ରିୟଙ୍କା ଆମେଠିରେ ରହିବେ। ଏଠାରେ ସେ ଦଳୀୟ ସଦସ୍ୟଙ୍କ ଗହଣରେ ଜନ୍ମଦିନ ପାଳନ କରିବେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାୟବରେଲୀରେ ଜାନୁୟାରୀ ୧୬ରୁ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଜିଲାଧ୍ୟକ୍ଷ ଏବଂ ସହର ଅଧ୍ୟକ୍ଷଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ତେଣୁ ଏଠାରେ ପ୍ରିୟଙ୍କା ରହିଛନ୍ତି। ନିଜ ଜନ୍ମଦିନ ଅବସରରେ ପ୍ରିୟଙ୍କା ଦଳର କିଛି ବରିଷ୍ଠ ନେତାଙ୍କୁ ସମ୍ମାନୀତ କରିବେ ବୋଲି କୁହାଯାଉଛି।

Share