ଜନ୍ମଦିନରେ କେକ୍‌ କାଟୁଥିଲେ ହୋଇଥାଏ…

ଆଜିକାଲି ଅଧିକାଂଶ ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକୀ ସବୁଥିରେ କେକ୍‌ କଟାଯାଉଛି। କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କି ଲିଭାଯିବାର ପରମ୍ପରା ମଧ୍ୟ ଚଳିଆସୁଛି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ନିଜ ନିଜ ଜନ୍ମଦିନରେ କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କିବାକୁ ଖୁବ୍‌ ପସନ୍ଦ ବି କରିଥାନ୍ତି। ଯଦି ଏପରି କରୁଥାନ୍ତି ତେବେ ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ। ନଚେତ୍‌ ଅନେକ ସମସ୍ୟା ଭୋଗ କରିବେ।


କ୍ଲେମସନ୍‌ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଏହା ଉପରେ ଏକ ଗବେଷଣା କରି ତଥ୍ୟ ପ୍ରକାଶ କରିଛନ୍ତି। ଏଥିରୁ ଜଣାପଡ଼ିଛି, କେକ୍‌ରେ ଲାଗିଥିବା ମହମବତୀ ଫୁଙ୍କିଲେ ସେଥିରେ ଥିବା ବ୍ୟାକ୍ଟେରିଆ କେକ୍‌ ମଧ୍ୟକୁ ପ୍ରବେଶ କରନ୍ତି। ସେହି କେକ୍‌କୁ ଖାଇଲେ ବ୍ୟାକ୍ଟେରିଆ ଶରୀର ଭିତରକୁ ପ୍ରବେଶ କରିଥାଏ। ଫଳରେ ପେଟ ଖରାପ ହୋଇଥାଏ। ହଜମ ହୋଇ ନ ଥାଏ। ଏପରିକି ଫୁଡ୍‌ ପଏଜନ ସମସ୍ୟା ମଧ୍ୟ ଦେଖାଦେଇଥାଏ। ତେଣୁ କେକ୍‌ କାଟିବା ପରମ୍ପରାଠାରୁ ଦୂରେଇ ରହିଲେ ସୁସ୍ଥ ଜୀବନ ବିତାଇ ପାରିବା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି।