Categories: ଖେଳ

ଜନ୍ମଦିନରେ ନିଜକୁ ଏକ ହୃଦୟସ୍ପର୍ଶୀ ଚିଠି ଲେଖିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜ ଟୁଇଟରରେ ଏକ ହାତ ଲେଖା ହୃଦୟସ୍ପର୍ଶୀ ଚିଠି ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସବୁଠୁ ରୋଚକ କଥା ହେଉଛି ଏହି ଚିଠିଟି ଚିକୁ(ବିରାଟଙ୍କ ପିଲାଦିନର ନାଁ)କୁ ଲେଖିଛନ୍ତି। ଚିଠିରେ ସେ ଅନେକ କଥା ଖୁଲାସା କରିବା ସହ ଭବିଷ୍ୟତରେ ଆସିବାକୁ ଥିବା ଚ୍ୟାଲେଞ୍ଜ ଉପରେ ମଧ୍ୟ ମତ ଦେଇଛନ୍ତି। ଚିଠିଟିର ସାରାଶଂ ଏହିପରି…

ହାୟ ଚିକୁ, ସର୍ବପ୍ରଥମେ ତୁମକୁ ଜନ୍ମଦିନର ଶୁଭେଚ୍ଛା। ମୁଁ ଜାଣିଛି ମୋ ଭବିଷ୍ୟତକୁ ନେଇ ତୁମ ମନରେ ବହୁତ ପ୍ରଶ୍ନ ଥିବା। କିନ୍ତୁ ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବି ନାହିଁ। ସେଥିପାଇଁ ମୁଁ କ୍ଷମା ମାଗୁଛି। କାରଣ ମୁଁ ଜାଣିନି ଭବିଷ୍ୟତରେ ତୁମ ପାଇଁ କଣ ସରପ୍ରାଇଜ୍‌ ରହିଛି। ଏବେ ପ୍ରତିଟି ମୁହୂର୍ତ୍ତ ତୁମ ପାଇଁ ଚ୍ୟାଲେଞ୍ଜ୍‌। ସବୁ ଚ୍ୟାଲେଞ୍ଜକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଯଦି କୌଣସି ଯାଗାରେ ଝୁଣ୍ଟି ପଡିବ ତେବେ ଦ୍ୱିତୀୟଥର ପ୍ରୟାସ କରିବ। କେବେ ହାର ମାନିବ ନାହିଁ ପ୍ରତିଶ୍ରୁତି ଦିଅ। ବହୁତ ଲୋକ ତୁମକୁ ପ୍ରଶଂସା କରିବେ, ଆଉ କେତେକ ତୁମର ନିନ୍ଦା ବି କରିବେ କିନ୍ତୁ କେବେ ତାକୁ ନେଇ ଚିନ୍ତା କରିବ ନାହିଁ। କେବଳ ନିଜ ଉପରେ ବିଶ୍ୱାସ ରଖିବ। ବିରାଟ ଏମିତି ଅନେକ କିଛି ଚିଠିରେ ଉଲ୍ଲେଖ କରିଛନ୍ତି। ଯାହା ବେଶ୍‌ ହୃଦୟସ୍ପର୍ଶୀ ହୋଇଛି।

Share