ଜନ୍ମଦିନରେ ନୂଆ ଫିଲ୍ମ ଘୋଷଣା କଲେ ହ୍ରିତିକ

ନୂଆଦିଲ୍ଲୀ,୧୦।୧- ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ରବିବାର ୪୬ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କ ନୂଆ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ହ୍ରିତିକ। ତାଙ୍କ ଆଗାମୀ ଫିଲ୍ମ ଫାଇଟର। ଫିଲ୍ମର ଟାଇଟଲରୁ ହିଁ ଜଣାପଡ଼ୁଛି ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ। ଏଥିରେ ପ୍ରଥମ ଥର ପାଇଁ ସେ ଦୀପିକା ପାଦୁକୋଣଙ୍କ ସହ ସ୍କ୍ରିନ ଶେୟାର କରିବେ। ଏ ନେଇ ହ୍ରିତିକ ଟୁଇଟ୍‌ ଯୋଗେ ଫ୍ୟାନଙ୍କୁ ସୂଚନା ଦେଇଛନ୍ତି। ଫିଲ୍ମରେ ନିର୍ଦ୍ଦେଶନା ଦେବେ ସିଦ୍ଧାର୍ଥ ଆନନ୍ଦ। ହ୍ରିତିକ ଓ ସିଦ୍ଧାର୍ଥଙ୍କ ଯୋଡ଼ି ପୂର୍ବରୁ ‘ବାଙ୍ଗ ବାଙ୍ଗ’ ଓ ‘ଓ୍ବାର’ ଭଳି ବ୍ଲକବାଷ୍ଟର ମୁଭିରେ ଦେଖିବାକୁ ମିଳିଥିଲା। ଉଭୟ ଫିଲ୍ମ ବକ୍ସ ଅଫିସରେ ଭରପୂର ଆୟ କରିଥିଲା। ତେବେ ଫାଇଟର ଚଳିତ ବର୍ଷ ନୁହେଁ, ଆଗାମୀ ୨୦୨୨ ସେପ୍ଟମ୍ବର ୩୦ ତାରିଖରେ ରିଲିଜ ହେବ।

 

Share