Advertisement

ଜନ୍ମଦିନରେ ବାଣ୍ଟିଲେ ସାନିଟାଇଜର, ମାସ୍କ

ବନ୍ତ,୨ା୪(ଡି.ଏନ୍‌.ଏ.)-ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଆତଙ୍କିତ ହୋଇପଡିଥିବା ବେଳେ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆସ୍ଥିତ ଫ୍ରେଣ୍ଡସ୍‌ କ୍ଲବର ସମ୍ପାଦକ ମୁକ୍ତିକାନ୍ତ ପଣ୍ଡା କରୋନା ପାଇଁ ନିଜର ଜନ୍ମ ଦିନକୁ ନିରାଡମ୍ବର ସହକାରେ ପାଳନ କରିଛନ୍ତି । କରୋନା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ସହିତ ସାନିଟାଇଜର, ମାସ୍କ, ସାବୁନ୍‌ ଆଦି ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟରେ ସୋନାଲୀ ପ୍ରିୟଦର୍ଶନୀ ପଣ୍ଡା, କ୍ଷୀରୋଦ ରାଉଳ, ଚିତ୍ତରଞ୍ଜନ ପଣ୍ଡା, ଶୁଭ୍ରଜିତ୍‌ ପଣ୍ଡା, ସୌମ୍ୟରଞ୍ଜନ ଦାଶ, ଅରବିନ୍ଦ ସାହୁ, ସୁମିତ୍‌ ସୁମନ ମୈକାପ, ସାମାଜିକକର୍ମୀ ସତ୍ୟଜିତ୍‌ ନାୟକ ସହାୟତା କରିଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share