ଜନ୍ମଦିନରେ ମାମୁଁ ହେଲେ ଭାଇଜାନ୍‌

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାଁ ଆଜି ଅର୍ଥାତ୍‌ ଶୁକ୍ରବାର ୫୪ ତମ ଜନ୍ମଦିବସ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଏକ ଖୁସି ଖବର ମିଳିଛି। ସେ ପୁଣି ଥରେ ମାମୁଁ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଜିର ଦିନରେ ଭଉଣୀ ଅର୍ପିତା ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସଲମାନ୍‌ କେକ୍‌ କାଟିବା ପରେ ଅର୍ପିତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସକାଳେ ସେ ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ଅର୍ପିତାଙ୍କ ସ୍ବାମୀ ଆୟୁଷ ଶର୍ମା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ମୋ ଝିଅ ଆୟତ୍‌ ଆସିଗଲା। ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ। ଅର୍ପିତା ଏବଂ ଆୟୁଷ ଘରକୁ ଝିଅ ଆସିଥିବାରୁ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି। ୨୦୧୪ ନଭେମ୍ବର ୮ରେ ଆୟୁଷଙ୍କ ହାତ ଧରିଥିଲେ ଅର୍ପିତା। ୨୦୧୬ ମାର୍ଚ୍ଚରେ ପୁଅ ଆହିଲ ଜନ୍ମ ହୋଇଥିଲେ।

Share