ବଲିଉଡର ଖ୍ୟାତନାମା ଅଭିନେତା ହେଲେ ଅନୀଲ କୁମାରଙ୍କ ତନୟା ସୋନମ କପୁର ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ସାୱରିୟା’ ଜରିଆରେ ବଲିଉଡରେ ହିରୋଇନ ଭାବେ ଡେବ୍ୟୁ କରିଥିବା ସୋନମ ଅନେକ ହିଟ୍ ଫିଲ୍ମର ନାୟିକା ସାଜିଛନ୍ତି। ‘ଆଇ ହେଟ ଲଭ ଷ୍ଟୋରି’, ‘ରାଁଝଣା’, ‘ଖୁବସୁରତ୍’, ‘ପ୍ରେମ ରତନ ଧନ ପାୟୋ’, ‘ନୀରଜା’ ଓ ‘ବୀରେ- ଦି ୱେଡିଂ’ ଆଦି ସିନେମାରେ ଅଭିନୟ କରିସାରିଲେଣି। ଏଥର ନିଜ ଜନ୍ମଦିନ ପରିବାର ସହ ପାଳିଛନ୍ତି। ଜନ୍ମଦିନରେ ସ୍ବାମୀ ଆନନ୍ଦ ଆହୁଜା ପାଇଁ ଏକ ପୋଷ୍ଟ ଲେଖିଛନ୍ତି। ସେ ଉଭୟଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଦୁନିଆର ସବୁଠୁ ଭଲ ସ୍ବାମୀ, ମୁଁ ଯାହା ପ୍ରକୃତରେ ଆବଶ୍ୟକ କରେ ତାହା ସେ ଦିଅନ୍ତି। ମୋ ଜନ୍ମଦିନରେ, ସେ ମୋର ଆଶୀର୍ବାଦ। ଆନନ୍ଦ ଆହୁଜା ପ୍ରାୟ ୩ ହଜାର କୋଟି ଟଙ୍କାର ସମ୍ପତ୍ତିର ମାଲିକ। ତାଙ୍କ ବାପା ସୁନିଲ ଆହୁଜା ଓ ମାଆ ବୀଣା ଆହୁଜା ‘କ୍ଲିଥିଙ୍ଗ ବ୍ରାଣ୍ଡ ଭାନେ’ର ମାଲିକ। ସୋନମ ମଧ୍ୟ ଏହି ବ୍ରାଣ୍ଡର ଆଉଟଫିଟ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଆନନ୍ଦ ନିଜର ଫ୍ୟାମିଲି ବିଜନେସ ‘ଶାହି ଏକ୍ସପୋର୍ଟସ’ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ବି ଅଛନ୍ତି।