Categories: ଫୁରସତ

ଜନ୍ମଦିନରେ ଷ୍ଟ୍ରବେରି ଖାଇ ମେଡିକାଲରେ ଭର୍ତ୍ତି ହେଲେ ମହିଳା: ଗଳା ଯାଞ୍ଚ ସମୟରେ ଡାକ୍ତର ଚକିତ

ଅଷ୍ଟ୍ରେଲିଆ ମେଲବୋର୍ନରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଜଣେ ମହିଳା ନିଜ ଜନ୍ମଦିନରେ ଷ୍ଟ୍ରବେରି ଖାଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଗଳା ଯାଞ୍ଚ ସମୟରେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ମହିଳାଙ୍କ ବାପାଙ୍କ କହିବାନୁଯାୟୀ, ସେ ଖାଇଥିବା ଷ୍ଟ୍ରବେରିରେ ଏକ ଛୁଞ୍ଚି ରହିଥିଲା। ଏହାକୁ ମହିଳା ଜଣଙ୍କ ଦେଖି ନ ଥିଲେ। ଖାଇବା ପରେ ସେ ଏହା ଜାଣି ମଧ୍ୟ ହଡବଡାଇ ଯାଇଥିଲେ। ଏଣୁ ତାଙ୍କ ତଣ୍ଟିରେ ଛୁଞ୍ଚିଟି ରହିଯାଇଥିଲା। ପରେ ଡାକ୍ତର ଏକ୍ସରେ କରି ଏହା ଜାଣିଥିଲେ। ଏବେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଡାକ୍ତରମାନେ ଛୁଞ୍ଚିଟିକୁ ବାହାର କରିବାକୁ ସର୍ଜରି କରିବେ ବୋଲି ଜଣାପଡ଼ିଛି।
ତେବେ ମେଲବୋର୍ନରେ ଏହା ପ୍ରଥମ ଘଟଣା ନୁହେଁ। ବରଂ ଅଷ୍ଟ୍ରେଲିଆରେ ଏଭଳି ୧୦୦ ଘଟଣା ଘଟିଛି। କ’ଣ ପାଇଁ ଷ୍ଟ୍ରବେରିରେ ଛୁଞ୍ଚି ରଖାଯାଉଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି।

Share