ଜନ୍ମଦିନ ପାଳନ ହେଲା କାଳ: କୋଲାବରେ ୩ ସାଙ୍ଗଙ୍କ ସଲିଳ ସମାଧି

ଜୟପୁର,୨୯ା୨(ଡି.ଏନ୍‌.ଏ)- କୋରାପୁଟ ଜିଲା ସଦର ସରକାରୀ ମହାବିଦ୍ୟାଳୟ ପାର୍ଶ୍ୱ କୋଲାବ ଜଳଭଣ୍ଡାରରେ ବୁଡ଼ି ଶନିବାର ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କୋରାପୁଟର ମନ୍ମଥ ସାସ୍‌ମଲ, ମାଲକାନଗିରି ଜିଲାର ସନ୍ଦୀପ ପୂଜାରୀ ଓ ରମାକାନ୍ତ ପଟ୍ଟନାୟକ। ସମସ୍ତେ ମହାବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗ ଛାତ୍ର ବୋଲି ଜଣାପଡ଼ିଛି। ତେବେ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ ପାଇଁ ୭ ଜଣ ସାଙ୍ଗ ଏକାଠି ହୋଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଜନ୍ମଦିନ ପାଳନ ପରେ ଫଟୋ ଉଠାଉଥିବା ବେଳେ ଜଣେ ସାଙ୍ଗ ପାଣିରେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୨ ଜଣ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିଲା। ବିଭାଗ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି। ରାଜ୍ୟ ପ୍ରଶାସନ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଥିବା ସୂଚନା ମିଳିଛି।

Share