ନୂଆଦିଲ୍ଲୀ, ୨୩ା୪ (ପି.ଟି.)-କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବର୍ଷ ତାଙ୍କ ଜନ୍ମଦିନ ପାଳିବେ ନାହିଁ। ଶୁକ୍ରବାର ସେ ୪୭ ବର୍ଷରେ ପଦାର୍ପଣ କରିବେ। ଭାରତରେ କୋଭିଡ୍-୧୯ ମହାମାରୀ ବିରୋଧରେ ଲଢେଇ ଚଳାଇଥିବା କର୍ମୀଙ୍କୁ ସମ୍ମାନ ଜଣାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆଗଧାଡ଼ିରେ କାର୍ଯ୍ୟରତ ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ, ପାରାମେଡିକ୍ସ, ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ଏହା ତାଙ୍କର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ତେନ୍ଦୁଲକର ଇତିମଧ୍ୟରେ ରିଲିଫ ପାଣ୍ଠକୁ ୫୦ ଲକ୍ଷ ଟଙ୍କା ଦାନ କରିସାରିଛନ୍ତି। ସେ ଅନ୍ୟ କେତେକ ରିଲିଫ କାର୍ଯ୍ୟରେ ନିଜକୁ ସମ୍ପୃକ୍ତ କରାଇଛନ୍ତି।