ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ରାଜନଗର,୧୮ା୪(ଡି.ଏନ.ଏ): କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ଚଳଚଞ୍ଚଳ ହୋଇଉଠିଛି। ଗତମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ବାବୁବାଲି ଦ୍ୱୀପରେ ସମୂହ ଅଣ୍ଡାଦାନ କରିଥିଲେ। ଏବେ ଅଣ୍ଡାରୁ ଛୁଆ ଫୁଟିବାରେ ଲାଗିଛନ୍ତି। ଗୁରୁବାର ଲକ୍ଷାଧିକ ଛୁଆ ଫୁଟିଥିବା ଦେଖିବାକୁ ମିଳିଛି। ମାତ୍ର କେତେ ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶାବକ ଜନ୍ମ ନେଇ ସାରିଲେଣି। ଏମାନଙ୍କ ସଂଖ୍ୟା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ହେବା ସମ୍ଭାବନା ରହିଛି ବୋଲି ଗହୀରମଥା ଏସିଏଫ୍‌ଓ ରାମପଦ ଅରବିନ୍ଦ ମିଶ୍ର ସୂଚନା ଦେଇଛନ୍ତି। ଶାବକମାନେ ଅଣ୍ଡାରୁ ବାହାରିବା ସମୟରେ ବାହ୍ୟ ଶତୃ, ଛଞ୍ଚାଣ, କୁଆ ଆଦି ଯେପରି ଛୁଆମାନଙ୍କୁ ଖାଇ ନ ପାରିବେ ସେନେଇ ବନବିଭାଗର ୧୨ ଜଣ କର୍ମଚାରୀ ସଜାଗ ରହିଛନ୍ତି।