ଜନ୍ମମାଟିରେ ପହଞ୍ଚିଲା ଯବାନଙ୍କ ମୃତଦେହ

ନିମାପଡା, ୩୦।୪(ଡି.ଏନ.ଏ.): ଭାରତୀୟ ସେନା ବାହାନୀର ରାଜସ୍ଥାନ ଯୋଧପୁରଠାରେ କାର୍ଯ୍ୟରତ ଓଡ଼ିଆ ଯବାନ ରାଜେଶ କୁମାର ସାହୁ(୨୯)ଙ୍କ ଗୁଳିମାଡରେ ଶନିବାର ମୃତ୍ୟୁ ଘଟିଥିଲା। ତାଙ୍କ ଘର ପୁରୀ ଜିଲା ନିମାପଡା ଏନଏସି ଅନ୍ତର୍ଗତ ଅମୁଣିଆପାଟଣା ଗଁାରେ। ରାଜେଶଙ୍କ ମୃତ୍ୟୁ ଗୁଳିମାଡରେ ହୋଇଥିବା କୁହାଯାଉଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ବୁଧବାର ବୁଧବାର ରାଜେଶଙ୍କ ମରଶରୀରକୁ ସୈନ୍ୟବାହିନୀର ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କ ଘରେ ପହଞ୍ଚା ଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ଗଁାରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ମୃତଦେହରେ ବହୁ ଲୋକ ପୁଷ୍ପମାଲ୍ୟ ଦେବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ପରେ ଶୋଭାଯାତ୍ରାରେ ମୃତଦେହକୁ ଗଁ। ପରିକ୍ରମା କରାଯାଇଥିଲା। ଏହି ସମୟରେ ଯବାନ ରାଜେଶ ଅମର ରହେ ଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା। ଗ୍ରାମ ଶ୍ମଶାନରେ ଯବାନ ରାଜେଶଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସାନ ଭାଇ ଅଜୟ ମୁଖାଗ୍ନି ଦେଇଥିଲେ। ହେଲେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା, ମୃତଦେହ ସଂସ୍କାର କାର୍ଯ୍ୟରେ ୨୦ ଜଣରୁ ଅଧିକ ଲୋକ ଭାଗ ନେଇପାରିବେ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶନାମା ସହ ପୋଲିସର କଡା ବାରଣକୁ କେହି ମାନି ନ ଥିଲେ। ଗଁ।ରୁ ଶ୍ମଶାନ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇ ଯାଇଥିଲା। ରାଜେଶ ୧୦ ବର୍ଷ ତଳେ ସେନା ବାହିନୀରେ ଯୋଗ ଦେଇଥିଲେ। ତାଙ୍କ ମୃତ୍ୟୁରେ ମାଆବାପା, ବନ୍ଧୁବାନ୍ଧବ, ପରିବାର, ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି।

Share