ଜନ୍ମରୁ ୫ ବର୍ଷ ଭିତରେ ଶିଶୁଙ୍କୁ ଏସବୁ ଟିକା ଜରୁରୀ

ପରିବେଶ ପ୍ରଦୂଷଣ ଯୋଗୁ ଶିଶୁମାନଙ୍କର ରୋଗ ପ୍ରତିଶେଧକ ଶକ୍ତି କମି କମି ଯାଉଛି ବୋଲି ଶିଶୁରୋଗ ବିଶେଷଜ୍ଞ ମତ ଦିଅନ୍ତି। ତେଣୁ ଶିଶୁଙ୍କୁ ଟିକାକରଣ ଜରୁରୀ ଅଟେ। ଫଳରେ ସେମାନଙ୍କର ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ପାଇବ। ଜାଣନ୍ତୁ ଜନ୍ମରୁ ୫ ବର୍ଷର ଶିଶୁଙ୍କୁ କେଉଁ ଟିକା ଦିଆଯିବା ଜରୁରୀ।

ଟିଟାନସ ଟକ୍ସାଇଡ୍‌-୧ :
ଗର୍ଭବତୀମାନେ ଟିଟାନସ ଟକ୍ସାଇଡ୍‌-୧ ନେବା ଜରୁରୀ। ବୁଷ୍ଟର ଟିକା ଏବଂ ଦ୍ୱିତୀୟ ଟିକା ଗୋଟିଏ ମାସ ଭିତରେ ନେଲେ ଗର୍ଭସ୍ଥ ଶିଶୁଟିର ରୋଗ ପ୍ରତିଶେଧକ କ୍ଷମତା ବଢ଼ିଥାଏ।

ହେପା ଟାଇଟିସ୍‌ ବି:
ହେପାଟାଇଟିସ୍‌ ବି ଭାଇରସ ଯୋଗୁ ଲିଭର ସଂକ୍ରମିତ ହୋଇଥାଏ। ଏହି ଟିକା ବହୁତ ଜରୁରୀ। ନଚେତ୍‌ ଲିଭର କ୍ୟାନ୍‌ସର ହେବାର ସମ୍ଭାବନା ରହିଥାଏ।

ଡିପିଟି:
ଏହି ଟିକା ନେଲେ ଶିଶୁଙ୍କୁ ଡିପ୍‌ଥେରିଆ, ପର୍ଟୁସିସ୍‌ ଏବଂ ଟିଟାନସରୁ ରକ୍ଷା ମିଳିଥାଏ।

ପୋଲିଓ:
ଏହି ଟିକା ପୋଲିଓ ନାମକ ଏକ ରୋଗ ପାଇଁ ଶିଶୁଙ୍କୁ ଦିଆଯାଇଥାଏ। ଜନ୍ମରୁ ୫ ବର୍ଷର ଶିଶୁ ଏହି ଟିକା ନେବା ଜରୁରୀ। ନଚେତ୍‌ ଶିଶୁ ଦିବ୍ୟାଙ୍ଗ ହୋଇଯିବାର ସମ୍ଭାବନା ରହିଥାଏ।