Advertisement

ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ

କେନ୍ଦୁଝର,୨୩।୮(ସ୍ବ.ପ୍ର.): କେନ୍ଦୁଝର ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଜନ୍ମାଷ୍ଟମୀ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ବିରାଟ ପଟୁଆରରେ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତାମାନେ ମାଇନିଂ ରୋଡ୍‌ସ୍ଥିତ ରାମମନ୍ଦିରରୁ ବାହାରି ସହର ପରିକ୍ରମାକରି କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପହଞ୍ଚିଥିଲେ। ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ଜିଲା ସଭାପତି ତୁଷାରକାନ୍ତ ସାମନ୍ତ ମୁଖ୍ୟ ଅତିଥି, ପ୍ରଶାନ୍ତ କୁମାର ପଣ୍ଡା ରାଜ୍ୟ ସମ୍ପାଦକ, ଘନଶ୍ୟାମ ମହାନ୍ତ ବିଭାଗର ସମ୍ପାଦକ, ବସନ୍ତ କୁମାର ଦାନୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share