ଜନ୍ମ ଦିନରେ ମୃତ୍ୟୁ କୋଳକୁ ଗଲେ ବ୍ୟବସାୟୀ

ବଡବିଲ, ୧୪।୮(ସ୍ବ.ପ୍ର.): ଜନ୍ମ ଦିନରେ ମୃତ୍ୟୁମୁଖରେ ପଡିବା ଘଟଣା ବହୁତ କମ୍‌ ଦେଖିବାକୁ ମିଳିଥାଏ। କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ୱାର୍ଡ ନଂ-୪ ଉ.ପ୍ରା. ବିଦ୍ୟାଳୟ ନିକଟରେ ରହୁଥିବା ବ୍ୟବସାୟୀ ପଞ୍ଚାନନ ଦଳାଇଙ୍କର ମୃତ୍ୟୁ ଘଟିଛି। ସେ ୧୯୭୧ ମସିହା ଅଗଷ୍ଟ ମାସ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିବାବେଳେ ଗତ ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଛି। ପଞ୍ଚାନନ ଗତ କିଛି ମାସ ହେଲା ଯକୃତଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ବଡବିଲସ୍ଥିତ ବାସ ଭବନରେ ତାଙ୍କ ମୃତ୍ୟୁ ହୋଇଥିଲା। ବୁଧବାର ସକାଳେ କାରୋ ନଦୀକୂଳରେ ତାଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି।

Share