ଜନ୍ମ ନେବାର ୧୨ଘଣ୍ଟା ମଧ୍ୟରେ ନବଜାତ ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୮।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଥମିବାର ନା ନେଉନି। ଇତିମଧ୍ୟରେ ବ୍ରିଟେନରେ କରୋନା ସହ ଜଡିତ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ବ୍ରିଟେନରେ କରୋନା ସଂକ୍ରମିତ ୬ ଗର୍ଭବତୀ ମହିଳା ନିକଟରେ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମ ନେବାର ୧୨ ଘଣ୍ଟା ମଧ୍ୟରେ ଉକ୍ତ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ ଉକ୍ତ ଶିଶୁ ମା’ଙ୍କ ଗର୍ଭରେ ସଂକ୍ରମିତ ହୋଇଛନ୍ତି କି ଜନ୍ମ ହେବା ପରେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାରା ବିଶ୍ୱରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଏବେ ଡାକ୍ତରଙ୍କ ଲାଗି ଚିନ୍ତାର ବିଷୟ ପାଲଟିଛି। ଏନେଇ ବିଶେଷଜ୍ଞମାନେ ରିସର୍ଚ୍ଚ କରୁଛନ୍ତି। ଅପରପକ୍ଷେ ଉକ୍ତ ସଂକ୍ରମିତ ଶିଶୁଙ୍କୁ ନିୟୋନେଟାଲ ୟୁନିଟ୍‌ରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ରହିଛି।

Share