ଜନ୍ମ ନେଲେଣି କମ୍‌ ଓଜନର ୪,୧୧୫ ଶିଶୁ

ଛତ୍ରପୁର,୪ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା କମ୍‌ ଓଜନର ୪,୧୧୫ ଶିଶୁ ଜନ୍ମ ହେଲେଣି। ଯେଉଁମାନଙ୍କ ଓଜନ ୨.୫ କି.ଗ୍ରାଠାରୁ କମ୍‌ ରହିଛି। ଜିଲାରେ ମୋଟ ନବଜାତ ଶିଶୁ ତୁଳନାରେ ଏହା ୧୭ ପ୍ରତିଶତ ରହିଛି। ଛତ୍ରପୁରଠାରେ ଅନୁଷ୍ଠିତ ସ୍ବାସ୍ଥ୍ୟ ସମୀକ୍ଷା ବୈଠକରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ସୁଦ୍ଧା ଜିଲାରେ ଜନ୍ମ ହୋଇଥିବା ୨୪,୭୯୫ ଶିଶୁଙ୍କ ମଧ୍ୟରୁ ୨୪,୭୦୧ ଶିଶୁଙ୍କର ଓଜନ କରାଯାଇଥିଲା। ସେଥିରୁ ଉକ୍ତ ତଥ୍ୟ ସ୍ବାସ୍ଥ୍ୟ ବିଭାଗକୁ ମିଳିଛି। ଜଗନ୍ନାଥପ୍ରସାଦ ବ୍ଲକରେ ୮୮ ନବଜାତ ଶିଶୁଙ୍କ ଓଜନ ୨.୫ କି.ଗ୍ରାରୁ କମ୍‌ ରହିଥିବାବେଳେ ଧରାକୋଟ ବ୍ଲକରେ ୧୪, ଭଞ୍ଜନଗର ବ୍ଲକରେ ୩୭୬, ଚିକିଟି ବ୍ଲକରେ ୬୯ କମ ଓଜନର ଶିଶୁ ଜନ୍ମ ନେଇଛନ୍ତି। ସେହିପରି ବେଗୁନିଆପଡ଼ା ବ୍ଲକରେ ୧୦୫, ସାନଖେମୁଣ୍ଡି ବ୍ଲକରେ ୨୪୧, ବେଲଗୁଣ୍ଠା ବ୍ଲକରେ ୭୧, ଆସିକା ବ୍ଲକରେ ୨୮୪, ପାତ୍ରପୁର ବ୍ଲକରେ ୮୫, ସୋରଡା ବ୍ଲକରେ ୧୮୭, ହିଞ୍ଜିିଳି ବ୍ଲକରେ ୧୧୯, ପୋଲସରା ବ୍ଲକରେ ୧୩୧ ଜଣ କମ୍‌ ଓଜନର ଶିଶୁ ଜନ୍ମ ନେଇଛନ୍ତି। ଗଞ୍ଜାମ ବ୍ଲକରେ ୫୮, ଖଲ୍ଲିକୋଟ ବ୍ଳକରେ ୧୨୩, ଦିଗପହଣ୍ଡି ବ୍ଲକରେ ୭୦, ପୁରୁଷୋତ୍ତମପୁର ବ୍ଲକରେ ୭୦, ଶେରଗଡ ବ୍ଲକରେ ୩୪, ଛତ୍ରପୁର ବ୍ଲକରେ ୩୮, କବିସୂର୍ଯ୍ୟନଗର ବ୍ଲକରେ ୨୫, କୁକୁଡାଖଣ୍ଡି ବ୍ଲକରେ ୧୭, ବୁଗୁଡା ବ୍ଲକରେ ୩୩ ଓ ରଙ୍ଗେଇଲୁଣ୍ଡା ବ୍ଲକରେ ୨ ନବଜାତ ଶିଶୁଙ୍କ ଆବଶ୍ୟକରୁ କମ୍‌ ଓଜନ । ସେହିପରି ଜିଲାର ୧୮ ସହରାଞ୍ଚଳରେ ୧,୮୭୫ ଜଣ କମ ଓଜନର ଶିଶୁ ଜନ୍ମ ନେଇଥିବା ଜଣାପଡିଛି।