Categories: ଜାତୀୟ

ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ: ୩୩ ହଜାର ପାଉଡ଼ର ବଜାରରୁ ଫେରାଇ ନେଲା କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ରହିଛି। ଏଥିରେ ଆଜବେଷ୍ଟସ୍‌ ରହିଥିବା ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେଶନ୍‌ ଯାଞ୍ଚ୍‌ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀ ପକ୍ଷରୁ ୩୩ ହଜାର ବେବି ପାଉଡ଼ର ଡବା ବଜାରରୁ ଫେରାଇ ଅଣାଯାଇଛି। ପ୍ରଥମ ଥର ପାଇଁ କମ୍ପାନୀ ପକ୍ଷରୁ ନିଜର କୌଣସି ଉତ୍ପାଦକୁ ବଜାରରୁ ଫେରାଇ ଅଣାଯାଇଛି। ଇତି ମଧ୍ୟରେ କମ୍ପାନୀ ବିରୋଧରେ ଏଭଳି ୧୫ ହଜାରରୁ ଅଧିକ ମାମଲା ଦାଏର କରାଯାଇଛି।

Share