ଜନ୍‌ ଆବ୍ରାହମଙ୍କଠାରୁ ଦୁଇ ଗୁଣା ଆଗକୁ ବଢିଗଲେ ଅକ୍ଷୟ

ମୁମ୍ବାଇ: ସ୍ବାଧୀନତା ଦିବସରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଟକ୍କର ଦେବାକୁ ଆସିଥିଲା ଜନ୍‌ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’। ପ୍ରଥମରୁ ଉଭୟ ଭଲ ବ୍ୟବସାୟ କରିଥିବା ବେଳେ ଏବେ କିନ୍ତୁ ଅକ୍ଷୟ ଦୁଇ ଗୁଣା ଆଗକୁ ଚାଲି ଯାଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ ‘ବାଟଲା ହାଉସ୍‌’ ମାତ୍ର ୭୬.୫୭ ମୋଟି ଆୟ କରିଥିବା ବେଳେ ‘ମିଶନ ମଙ୍ଗଲ’ ଶହେ କୋଟି କ୍ଲବରେ ସାମିଲ ହୋଇ ୧୪୯.୩୧ କୋଟି ଆୟ କରି ସାରିଛି।

Share