ଜନ୍‌-ବିପାଶାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍‌ ଟୁଇଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ହ୍ୟାଣ୍ଡସମ୍‌ ହଙ୍କ୍‌ ଜନ ଆବ୍ରାହମ୍‌ ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଜଣେ ସୁପର ମଡେଲ ଭାବେ କାମ କରୁଥିଲେ। ୨୦୦୩ରେ ଜିସ୍ମ୍‌ ଫିଲ୍ମରେ ହଟ୍‌ ଷ୍ଟାର ବିପାଶଙ୍କ ସହିତ ତାଙ୍କର କ୍ଲୋଜ୍‌ ଅପ୍‌ ସିନ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସଥିଲା। ପରଦାର ସମ୍ପର୍କ ପରି ଦୁଇ ଜଣଙ୍କ ଜୀବନରେ ମଧ୍ୟ ଆସିଥିଲା ସମାନ ପ୍ରତିଫଳନ। ୯ ବର୍ଷ ଧରି ଉଭୟଙ୍କ ମଧ୍ୟରେ ରହିଥିଲା ନିବିଡ଼ ସମ୍ପର୍କ। ଏହାପରେ ଗୋଟିଏ ଭୁଲ ଟୁଇଟ୍‌ ଯୋଗୁ ସମ୍ପର୍କରେ ଆସିଥିଲା ଫାଟ। ତେବେ ଉଭୟଙ୍କ ହଟ୍‌ ସିନ୍‌ ସବୁବେଳେ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା।

Share