ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ସଚେତନ ଅଭାବ ଯୋଗୁ ସମ୍ବଲପୁର ଜିଲା ଗଡଲୁଇସିଂ ପଞ୍ଚାୟତ ଗହିରପାଲି ଗ୍ରାମର ଦୟାନିଧି ବଘାର ତାଙ୍କ ନିଜସ୍ବ ଜମିରେ ପୋଖରୀ ଖନନ କରୁଥିଲେ । ଖବର ପାଇଁ ଯୁଯୁମୁରା ପୋଲିସ ଓ ତହସିଲଦାର ସୁମନ ମିଞ୍ଜ ଚଢ଼ାଉ କରି ୪ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଥିଲେ । ଉକ୍ତ ଗାଡିଗୁଡିକୁ ପୋଲିସ ମୋଟା ଅଙ୍କର ଟଙ୍କା ନେଇ ଛାଡି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ସରପଞ୍ଚ ମଧ୍ୟସ୍ତ କରିଥିବା ଚର୍ଚ୍ଚା ହେଉଛି । ଏସ୍ପି କନୱର ବିଶାଳ ସିଂଙ୍କ ପାଖରେ ଅଭିଯୋଗ ହେଲାପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏସପି ସିଂ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଭାର ଦେଇଛନ୍ତି। ଶୁକ୍ରବାର ଯୁଯୁମୁରା ଥାନା ପୋଲିସ ଟାକ୍ଟର ଓ ଜେସିବି ମାଲିକ ଏବଂ ପୋଖରୀ ଖୋଳୁଥିବା ଦୟାନିଧିଙ୍କ ଘରକୁ ଯାଇ ଆପୋଷ ବୁଝାମଣା କରି ଅନୁରୋଧ କରିଥିବା ଜଣାପଡିଛି । ଏହି ଘଟଣାରେ ମୂଲଚାଲ ହେଉଥିବା ଅଡିଓ ଟେପ୍ ମଧ୍ୟ ଭାଇରାଲ ହୋଇଛି । ଅଭିଯୋଗରେ ୪ଟି ଟ୍ରାକ୍ଟର ଓ ପୋଖରୀ ଖୋଳୁଥିବା ଜମି ମାଲିକ ଦିବାକର ମୋଟ ୨୮ ହଜାର ଟଙ୍କା ଦେଇଥିବା ସ୍ବୀକାର କରିଛନ୍ତି । ସେହିରି ପୋଲିସ ପିସିଆର ଭ୍ୟାନରେ ଡିଜେଲ ପକାଇଥିବା ଅଭିଯୋଗ ହୋଉଛି । ବାଧ୍ୟତାମୂଳକ ଭାବେ ଗାଡିକୁ ମୁକାଳିବା ପାଇଁ ଟଙ୍କା ଦେଇଥିବା ସେ ସ୍ବୀକାର କରିଛନ୍ତି । ଅନ୍ୟପଟେ ପୋଲିସ ଜେସିବି ମାଲିକଙ୍କଠାରୁ ୫୦ ହଜାର ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହେଉଛି । ତହସିଲଦାର ମିଞ୍ଜ ଅଭିଯୋଗ ପତ୍ରରେ ଦର୍ଶାଇଥିବା ଗାଡି ନମ୍ବର ଓ ପୋଲିସ ମାମଲା ରୁଜୁ କରିଥିବା ଗାଡି ନମ୍ବରର ତାଳମେଳ ରହୁନାହିଁ । ସେହିପରି ଟ୍ରାକ୍ଟର ଗୁଡିକର ଟ୍ରଲି ରେଜିଷ୍ଟ୍ରେସନ ହୋଇ ନ ଥିବା ବେଳେ କେତୋଟି ଗାଡିର ବୀମା, ପଲ୍ୟୁସନ ପ୍ରମାଣପତ୍ର ମଧ୍ୟ ନ ଥିବା ଜଣାପଡିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନାରେ ଏକ ବାଇକ ନମ୍ବର ରହିଛି । କରୋନା କଟକଣା ଥିବା ସମୟରେ ଗାଡି ଜବତ କରିବା ପୋଲିସକୁ ଏକ ସଫଳତା ମିଳିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ହେଲେ ପୋଲିସର ଏଭଳି କାର୍ଯ୍ୟକୁ ନେଇ ନିନ୍ଦା କରାଯାଇଛି । ତେଣୁ ଏହି ଘଟଣାକୁ ଉଚିତ ଭାବେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଅଞ୍ଚଳରେ ଦାବି ହେଉଛି । ତେବେ ଏ ସମ୍ପର୍କରେ ଯୁଯୁମୁରା ଥାନା ଅଧିକାରୀ ତାରାବତୀ ପ୍ରଧାନ କହିଛନ୍ତି ଯେ, ହାତୀ ଆକ୍ରମଣରେ ଗୋଟିଏ ପରିବାରର ୩ଜଣ ଓ ପାଣିରେ ବୁଡି ଜଣେ ମୃତ୍ୟୁ ଘଟିଥିବା ଘଟଣାରେ ଦୁଇ ଦିନ ହେଲା ସେ ତଦନ୍ତରେ ବ୍ୟସ୍ତ ରହିଥିଲେ। ଥାନାରେ କର୍ମଚାରୀ ଅଭାବ ରହିଛନ୍ତି। ତେଣୁ ସେହି ମାମଲାର ତଦନ୍ତରେ ବିଳମ୍ବ ହୋଇଛି ବୋଲି କହିଥିଲେ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All

ଦିଲ୍ଲୀର ବିଜୟ ଧାରା ଜାରି
ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ...

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ୍ରେ ବିଶ୍ୱ ଭ୍ରମଣ କରୁଛନ୍ତି ଜୋଜୋ ଦାଦା
ଭୁବନେଶ୍ୱର,୧୦।୪: କେବଳ ଦେଶ ନୁହେଁ ବିଦେଶକୁ ସାଇକେଲରେ ଭ୍ରମଣ କରୁଛନ୍ତି ପଶ୍ଚିମବଙ୍ଗ ଲାଲଗୁଲା ମୁର୍ଶିଦାବାଦର ପ୍ରସନଜିତ୍ ଦାସ। । ଲୋକେ ତାଙ୍କୁ ଜୋଜୋ ଦାଦା ବୋଲି...

ମେ ୧୮ରୁ କଳିଙ୍ଗ ବ୍ଲାକ୍ ଟାଇଗର୍ସର ଅଭ୍ୟାସ
ଭୁବନେଶ୍ୱର, ୧୦।୪(ତପନ ସ୍ବାଇଁ): ରଗ୍ବୀ ଇଣ୍ଡିଆ ଓ ଜିଏମ୍ଆର୍ର ମିଳିତ ଆନୁକୂଲ୍ୟରେ ରଗ୍ବୀ ପ୍ରିମିୟର ଲିଗ୍ (ଆର୍ପିଏଲ୍) ଅନ୍ଧେରି ସ୍ପୋଟର୍ସ କମ୍ପ୍ଲେକ୍ସ(ମୁମ୍ବାଇ ଫୁଟ୍ବଲ ଆରେନା)ରେ ଆସନ୍ତା...

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ
ନିରାକାରପୁର,୧୦।୪(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ନିକଟ କୁଆଁରୀ ଜଙ୍ଗଲରୁ ଜଣେ ଯୁବକଙ୍କ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ
ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ସଟସର୍କିଟରୁ ଅଗ୍ନିକାଣ୍ଡ: ସବୁକିଛି ଜଳିପୋଡ଼ି ପାଉଁଶ, ଜଣେ ଆହତ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ):ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ପଞ୍ଚାୟତର ଜଡାହାଟୁଣିର ବିଜୟ ଚନ୍ଦ୍ର ପାଢ଼ୀଙ୍କ ଘରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା...

ଜଙ୍ଗଲରେ ନିଆଁ ଲିଭାଇଲା ବେଳେ ପୋଡ଼ି ଯାଇଥିଲେ କର୍ମଚାରୀ: ଆନ୍ଦୋଳନ ପରେ ମିଳିଲା ୧୦ ଲକ୍ଷ କ୍ଷତିପୂରଣ
କୁଆଁରମୁଣ୍ଡା,୧୦ା୪(ମହେନ୍ଦ୍ର କୁମାର ସାହୁ): ଇସ୍ପାତ ଜେନେରାଲ ହସ୍ପିଟାଲରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଠିକା ବନ କର୍ମଚାରୀ ସମରା ଓରାମ(୩୮)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ମୃତକଙ୍କ ଗ୍ରାମ...

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ
ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...