ଜବରଦଖଲ ଉଚ୍ଛେଦ

 

ଦଶପଲ୍ଲା,୧୫ା୧୨(ଡି.ଏନ୍‌.ଏ.): ଦଶପଲ୍ଲା ରାଜଲକ୍ଷ୍ମୀ କଲୋନୀରେ ବହୁ ସରକାରୀ ଜାଗା ଜବରଦଖଲରେ ରହିଥିଲା। ଶନିବାର ଦଶପଲ୍ଲା ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ପରେ ଉକ୍ତ ଜାଗା ତହସିଲ ଅଧୀନକୁ ଆସିଥିବା ଜଣାଯାଇଛି। ଘଟଣାସ୍ଥଳରେ ପୋଲିସ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ, ଦଶପଲ୍ଲା ଥାନା ଆଇଆଇସି ବିଶ୍ୱଜିତ ରାଉତରାୟ, ନୂଆଗଁା ଥାନା ଅଧିକାରୀ ମନୋରମା ମଲିକ, ବାଣିଗୋଚ୍ଛା ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

Share