Categories: ମେଟ୍ରୋ

ଜବରଦସ୍ତ ଟଙ୍କା ମାଗି ଜେଲ ଗଲେ ୩ କିନ୍ନର

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଆଇଜି ପାର୍କ ଭିତରେ ଲୋକମାନଙ୍କୁ ଧମକ ଚମକ ଦେଇ ଜବରଦସ୍ତ ଟଙ୍କା ମାଗୁଥିବା ୩ଜଣ କିନ୍ନରଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅଧୀନ ଓଁକାର ବସ୍ତି ଅଞ୍ଚଳରେ ରହୁଥିବା ବି.ତୋଫାନ ବାରିକ ଓରଫ ବି.ଆକାଂକ୍ଷା ବାରିକ, ନୟାପଲ୍ଲୀ ଥାନା ଗଣପତି ବସ୍ତି ଅଞ୍ଚଳରେ ରହୁଥିବା ନାରାୟଣ ଚୌଧୁରୀ ଓରଫ ଜମୁନା ଓ ସାଗର ବେହେରା ଓରଫ ଗଙ୍ଗା। ସୂଚନା ମୁତାବକ ଆଇଜି ପାର୍କକୁ ଯାଉଥିବା ଲୋକଙ୍କୁ କିନ୍ନରମାନେ ବାରମ୍ବାର ହଇରାଣ କରିବା ସହ ଟଙ୍କା ମାଗିବା ନେଇ ଥାନରେ ଅଭିଯୋଗ ହେଉଛି। ପ୍ରାୟ ୧ ମାସ ହେବ ବିଭିନ୍ନ ସମୟରେ ପୋଲିସ ପାର୍କରେ ଟଙ୍କା ମାଗୁଥିବା କିନ୍ନରମାନଙ୍କୁ ତାଗିତ କରିବା ସହ ପାର୍କରୁୁ ବାହାର କରୁଛି। ମାତ୍ର ଶନିବାର ପାର୍କରେ ବୁଲୁଥିବା ୫ କିନ୍ନର ଜଣେ ଦମ୍ପତିଙ୍କୁ ଟଙ୍କା ମାଗିଥିଲେ। ସେମାନେ ନ ଦେବାରୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ସେତେବେଳେ ୨ଜଣ କିନ୍ନର ସେଠାରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ୩ ଜଣଙ୍କୁ ଧରିଥିଲା। ଏ ନେଇ ପୋଲିସ ନଂ.୪୧୩/୧୯ରେ ଏକ ମାମଲା ରୁଜୁ କରି ପଚରାଉଚରା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁୁ ଅଭିଯୁକ୍ତମାନଙ୍କୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share