‘ଜବରିୟା ଯୋଡ଼ି’ରେ ପରିଣୀତି-ସିଦ୍ଧାର୍ଥ

‘ମୁମ୍ବାଇ:: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ଜବରିୟା ଯୋଡି’ ଅଗଷ୍ଟ ୨ରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ନିର୍ମାତା ସୋମବାର ଘୋଷଣା କରିଛନ୍ତି। ଏହା ଏକ ହାସ୍ୟରସାତ୍ମକ କାହାଣୀ ଉପରେ ଆଧାରିତ। ବିହାରରେ ‘ବର ଅପହରଣ’ ପ୍ରଥା ‘ପକାଦୁଆ ବିବାହ’ ନାମରେ ମଧ୍ୟ ପରିଚିତ। ଉକ୍ତ ବିଷୟବସ୍ତୁକୁ ଆଧାର କରି ଉକ୍ତ ଫିଲ୍ମର କାହାଣୀ ଗଢ଼ିଉଠିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ନିର୍ଦ୍ଦେଶକ ପ୍ରଶାନ୍ତ ସିଂ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିନୟ କରିଛନ୍ତି ଜାଭେଦ ଜାଫେରି। ଉକ୍ତ ଫିଲ୍ମ ନିର୍ମାଣ କରିଛନ୍ତି ବାଲାଜି ଟେଲିଫିଲ୍ମସ ଏବଂ କର୍ମ ମିଡିଆ ଓ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍‌। ୩୧ ବର୍ଷ ବୟସ୍କା ପରିଣୀତିଙ୍କ ପରବର୍ତ୍ତୀ ଫିଲ୍ମ ‘ସାଇନା’ ୨୦୨୦ରେ ରିଲିଜ ହେବାକୁ ଯାଉଛି।

Share