ଜମନକିରାକୁ ଚାଲି ଚାଲି ଯାଉଥିବା ଶ୍ରମିକ ଥଇଥାନ

କେନ୍ଦୁଝର,୨।୪(ସ୍ବ.ପ୍ର.): ମୟୁରଭଞ୍ଜ ଜିଲା କରଞ୍ଜିଆ ଗାଁରୁ ସମ୍ବଲପୁର ଜିଲା ଜମନକିରା ଗାଁକୁ ଚାଲି ଚାଲି ଯାଉଥିବା ୩୦ଜଣ ଶ୍ରମିକଙ୍କୁ ସଦର ବ୍ଲକ ନେଲୁଙ୍ଗ ଗାଁର ଗ୍ରାମବାସୀମାନେ ଆଶ୍ରୟ ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବା ସହ ଖାଦ୍ୟପେୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ୱାର୍ଡ ମେମ୍ବର ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ସମାଜସେବୀ ଚନ୍ଦ୍ରମଣୀ ସିଂ ଓ ସ୍ଥାନୀୟଲୋକ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବା ସହ ସହାୟତା ପ୍ରଦାନ କରିଛନ୍ତି।

Share